ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉରେ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ଚାନ୍ଦବାଲି ୩୧।୦୧ :   ଭଦ୍ରକ ଜିଲ୍ଲା ଧାମରା କଇଥଖୋଲା ବଜାରରେ ଭିଜିଲାନ୍ସ ଓ ବନବିଭାଗର   ମିଳିତ ଭାବେ ଚଢାଉ ହୋଇଛି । ତେବେ ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।  କଇଥଖୋଲା ବଜାରରେ ଥିବା ଖଲିଲ ଅଲ୍ଲି ଖାଁକ କାଠ ଦୋକାନରେ ବ୍ୟାପକ ପରିମାଣର ଚୋରା କାଠ ଥିବା ଖବର ପାଇଥିଲା ବନବିଭାଗ । ସଂପୃକ୍ତ ଦୋକାନକୁ ପଶ୍ଚିମବଙ୍ଗର କୋଲକାତା ଏବଂ କାନ୍ଥିରୁ ଚୋରାରେ କାଠ ଆସୁଛି । ଏହିସବୁ କାଠ ଯାତ୍ରୀବାହୀ ବସ୍‌ ଯୋଗେ ଆସୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ବନବିଭାଗ ଓ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢାଉ କରିଛି । ଏହି ଚଢାଉରେ ଧାମରା ବନପାଳ ,କରଞମାଳ ବନପାଳ , ଧାମରା ଥାନା ପୁଲିସ ଏବଂ ଭଦ୍ରକ ଭିଜିଲାନ୍ସ ଟିମର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ । ସେହିପରି ଖଲିଲ ଅଲ୍ଲୀ ଖାଁଙ୍କ ଗୋଦାମ ଘରେ ମଧ୍ୟ ଚଢାଉ ହୋଇଛି। ସଂପୃକ୍ତ ବ୍ୟକ୍ତିଙ୍କ ଦୋକାନ ଘର ଏବଂ ଗୋଦାମରେ ବିପୁଳ ପରିମାଣର କାଠ ଜବତ ହୋଇଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: