ସୁନ୍ଦରଗଡ଼ ୨୧।୦୯ :ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର| ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ଏହି ରେଡ୍ରେ ବିଭିନ୍ନ ଟିମ୍ ସାମିଲ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରେଡ୍ ଚାଲିଛି । ଏକାସାଙ୍ଗେ ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଡୁମାବାହାଲ, ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଚଢ଼ାଉ ହୋଇଛି । କୁଳମଣି ପଟେଲଙ୍କ ପୈତୃକ ଘରେ ରେଡ୍ ହୋଇଛି । ଡୁମାବାହାଲ ସ୍ଥିତ ୪ଟି ଘର ସମେତ ୮ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |