କୋରାପୁଟ,୨୦ା୧୨: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି ଇଡ଼ିକଲ ଡେପୁଟି ମ୍ୟାନେଜର । ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରା ଘରେ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଥିବା ଜଣାପଡିଛି । ତେବେ ବାସଭବନ ଏବଂ ଅଫିସ ସମେତ ମୋଟ ୭ ଟି ସ୍ଥାନରେ ଏକକାଳୀନ ଚଢାଉ ଜାରୀ ରହିଛି । ଭୁବନେଶ୍ୱର , କୋରାପୁଟ, ରାୟଗଡାରେ ଭିଜିଲାନ୍ସ ତରଫରୁ ଚଢାଉ କରାଯାଇଛି । ତେବେ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ୩ ମହଲା ବିଲ୍ଡିଂ, ଜୟଦେବ ବିହାରରେ ଥିବା ନିର୍ମଣାଧିନ ୪ ମହଲା କୋଠାରେ ଭିଜିଲାନ୍ସ ରେଡ କରିଛି । ସେହିପରି କୋରାପୁଟ ସୁଙ୍କିରେ ଥିବା ଭଡା ଘରେ ମଧ୍ୟ ଭିଜିଲାନ୍ସ ତରଫରୁ ଚଢାଉ ଜାରୀ ରହିଛି । ଏତତ୍ ବ୍ୟତୀତ କୋରାପୁଟ ସିମାଗୋଡା ଆମ୍ପାଭାଲିରେ ଥିବା ଅଫିସ, ନୟାଗଡ ଓଡଗାଁର କୋମଣ୍ଡା ସ୍ଥିତ ପୈତୃକ ବାସଭନରେ ମଧ୍ୟ ଚଢାଉ ଜାରୀ ରହିଛି । ତେବେ ଏହି ଚଢାଉରେ ୭ଟି ଡିଏସପି, ୪ଜଣ ଇନ୍ସପେକ୍ଟର ଜଣେ ସବଇନ୍ସପେକ୍ଟର ଏବଂ ୭ ଜମ ଏସଆଇ ସାମିଲ ଅଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |