କେନ୍ଦୁଝର, ୧୨/୧୦ : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବିଇଓଙ୍କ କାର୍ଯ୍ୟାଳୟରେ କାମ କରୁଥିବା କନିଷ୍ଠ କିରାଣି ଗଙ୍ଗାଧର ସାହୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟର ଆଦେଶକ୍ରମେ ବାଂଶପାଳ ବିଇଓଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଚଢ଼ାଉ ଚାଲିଛି। ଆଜି ସକାଳ ସାଢ଼େ ୫ଟା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି। ଗଙ୍ଗାଧର ଦୀର୍ଘ ଦିନ ଧରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିବା ସମୟରେ ବ୍ୟାପକ ଅନିୟମିତତାରେ ଜଡିତ ଥିବା ନେଇ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ବିଶେଷ କରି ଶିକ୍ଷକ ବଦଳି ଓ ଇନକ୍ରିମେଣ୍ଟ ସୁବିଧା ଏବଂ ନକଲି ଶିକ୍ଷକଙ୍କୁ ସୁରକ୍ଷା ଯୋଗାଇବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଗତ ବର୍ଷ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସରୁ ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟକୁ ବଦଳି ହୋଇଥିଲା।ଆୟ ବହିଃଭୁତ ସମ୍ପତି ଠୁଳ ଅଭିଯୋଗ କ୍ରମେ କେନ୍ଦୁଝର ସ୍ଵତନ୍ତ୍ର ଭିଜିଲାନ୍ସ ଙ୍କ ନିର୍ଦ୍ଦେସ କ୍ରମେ ତାଙ୍କର ବଂଶପାଳ ଅଫିସ , କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ ଭାଲକି ପାତାଳା ସ୍ଥିତ ତିନି ମହଳା ଘର ଓ ତେଲକୋଇ ସ୍ଥିତ ବାପାଙ୍କ ଘର ସହ ଶଶୁର ଘରେ ଏକ କାଳିନ ଚଢାଉ ଜାରି ରହିଛି । ଏହି ଚଢାଉ ରେ ବାଲେଶ୍ଵର ଏସପିଙ୍କ ଉପସ୍ଥିତିରେ ୩ ଜଣ ଡିଏସ , ୭ ଜଣ ଇନସ୍ପେକ୍ଟର , ୨ ଏ ଏସଆଇ ଓ ୯ ଜଣ କନଷ୍ଟେବଳ ଆଦି ଚଢାଉ ରେ ସାମିଲ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |