ରାୟଗଡ଼,୨୯।୦୧:ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ |ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି କୁବେର ଲକ୍ଷାଧିକ ଟଙ୍କାର ଅଧିକାରୀ । ତେଣୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ସମୟ ଧରି ଚାଲିଛି ଭିଜିଲାନ୍ସ ଚଢାଉ । ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ ର ତିନି ଜଣିଆ ଟିମ୍ ।ଏପର୍ଯ୍ୟନ୍ତ ନଗଦ ୨.୮୮ ଲକ୍ଷ ଟଙ୍କା,୪୦୮ ଗ୍ରାମର ସୁନା,୨୨୯ ରୁପା ଗହଣା ଠାବ ହୋଇଛି । ଏହା ଛଡ଼ା ୨ଟି କୋଠା,୩ଟି ଦୁଇ ମହଲା କୋଠା ଠାବ ହୋଇଛି । କେବଳ ଏତିକି ନୁହେଁ ୨୧.୬୮ ଲକ୍ଷ ବ୍ୟାଙ୍କ ଜମା,ଗୋଟିଏ, ଇନୋଭା,ଗୋଟିଏ ବୋଲେରୋ ମଧ୍ୟ ଠାବ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକସାଙ୍ଗରେ ୬ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୪ ଡିସିପି ୫ ଇନ୍ସପେକ୍ଟର ଏବଂ ଅନ୍ୟ ଷ୍ଟାଫ୍ ଙ୍କୁ ନେଇ ଗଠିତ ୪ଟି ଟିମ୍ ଦ୍ୱାରା ଏହି ରେଡ୍ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |