ଭୁବନେଶ୍ୱର ,୧୪/୦୯ : ଭିଜିଲାନ୍ସରେ ଜାଲରେ ଫସିଛନ୍ତି କୋଟିପତି ଅଙ୍ଗନବାଡ଼ି ଦିଦି । ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱରର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି ଅଛନ୍ତି କବିତା ମାଥାନ । ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି ।ଭୁବନେଶ୍ୱର ଉପକଣ୍ଠ କୋରଡକଣ୍ଟାଠାରେ ଅଙ୍ଗନବାଡି କେନ୍ଦ୍ରରେ ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିବା କବିତା ମଥାନଙ୍କ ଘର ଉପରେ ଭିଜିଲାନ୍ସ ଚଢଉ ଚାଲିଛି। ଏଥିରେ ଭିଜିଲାନ୍ସର ୬ଟି ଦଳ ସାମିଲ ହୋଇଛନ୍ତି। ସେଥିରେ ୧୦ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଆରମ୍ଭ ହୋଇଛି। କବିତାଙ୍କର ବାପଘର କେନ୍ଦ୍ରାପଡା ଜିଲା, ଶାଶୁଘର ଜଗତସିଂହପୁର ଜିଲା ଏବଂ ଖୋର୍ଦ୍ଧା ଜିଲାର ୬ଟି ସ୍ଥାନରେ ଚଢଉ ଚାଲିଛି। ତାଙ୍କ ନାମରେ ୨ଟି ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠାଘର, ଗୋଟିଏ ଏକ ମହଲା କୋଠାଘର, ଗୋଟିଏ ଚାରିଚକିଆ ଗାଡି ଏବଂ ଗୋଟିଏ ଦୁଇଚକିଆ ଗାଡି ଏପର୍ଯ୍ୟନ୍ତ ଜବତ କରାଯାଇଛି। ତେବେ ଚଢଉ ଜାରି ରହିଥିବାରୁ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଭୁବନେଶ୍ୱରର କେଶୁରା ଓ ଝାରପଡ଼ାରେ ତାଙ୍କର ଏକାଧିକ ବହୁତଳ କୋଠା ଠାବ ହୋଇଛି । ରେଡ଼ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |