ଭିଜିଲାନ୍ସ ଜାଲରେ ଖଡ଼ିଆଳ ବିଡିଓ

ନୂଆପଡ଼ା,୧୭ ।୧:  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ଉ ହ‌ୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯ‌ୋଗରେ ଖଡ଼ିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବା ବେଳେ ଭିଜିଲାନ୍ସର ଅନେକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି ।  ନୂଆପଡ଼ା ଓ ବଲାଙ୍ଗୀର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍‌ କରାଯାଉଛି । ବର୍ତ୍ତମାନ ଯାଏଁ ନାରାୟଣଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ କୌଣସି ସୂଚନା ଦେଇନାହିଁ । ଚଢ଼ାଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ବିଷୟରେ ଜଣାପଡ଼ିବ ।ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦେଶକ୍ରମେ ଏକକାଳୀନ ୫ଟି ସ୍ଥାନରେ ମଙ୍ଗଳବାର ସକାଳ ୫ଟାରୁ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଏଏସଆଇ ସାମିଲ ଅଛନ୍ତି। ବରଗଡ଼ର ଭଡା ଘର, ବଲାଙ୍ଗୀରର ବାସଭବନ, ଲୁଇସିଙ୍ଗା ବ୍ଲକ ‌‌ପୈତୃକ ଗ୍ରାମ କୁଶମେଲ, ଖଡ଼ିଆଳ ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳ ୫ଟା ସମୟରେ ବରଗଡ଼ ଭିଜିଲାନ୍ସ ଡି ଏସ ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ଚଢ଼ଉ ଜାରି ରହିଛି। ଏନେଇ  ଭିଜିଲାନ୍ସ ଡି ଏସପି ମହାନନ୍ଦ ସୂଚନା ଦେଇଛନ୍ତି। ଏହି ଘଟଣା ନୂଆପଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: