ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି

ଢେଙ୍କାନାଳ, ୩୦/୦୮ : ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢ଼େଙ୍କାନାଳ ସଦର ଥାନା ଆଇଆଇସି । ୩୦ ହଜାର ଟଙ୍କା ନେବା ବେଳେ ଢ଼େଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ଜଣେ କୋଇଲା ଟ୍ରକ ମାଲିକଙ୍କଠାରୁ ଟଙ୍କା ନେଉଥିବା ସୂଚନା ମିଳିଛି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି ଥାନା ବାବୁ । ରୁଦ୍ଧ କୋଠରୀ ଭିତରେ ଥାନା ଅଧିକାରୀଙ୍କୁ ଜେରା ଚାଲିଛି ।ଏହା ସହ ଆଜି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଉ ଜଣେ ଅଧିକାରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର୍ ବେହେରା |୧୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍ । ବାଲେଶ୍ୱର ଏସ୍.ପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡି.ଏସ୍.ପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ୱରେ ତିନିଜଣ ଇନିସ୍ପେକ୍ଟରଙ୍କ ସହିତ ଏହି ମିଳିତ ଚଢାଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ବେହେରା ୨୦୧୫ ବ୍ୟାଚ୍ ର ୩୩ ଜଣ ଶିକ୍ଷକଙ୍କ ଏରିଅର ପେ କ୍ଲିଅର ପାଇଁ ୯୦ ହଜାର୍ ଟଙ୍କା ଡିମାଣ୍ଡ କରିଥିଲେ । କିନ୍ତୁ ଏହି ଡିଲ୍ ୬୦ ହଜାର୍ ଟଙ୍କାରେ ଫାଇନାଲ ହୋଇଥିଲା ।ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର୍ ବେହେରା ଆଜି କମଳାକାନ୍ତ ବେହେରାଙ୍କ ଠାରୁ ଅଗ୍ରିମ ୧୫ ହଜାର୍ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଏହା ପରେ ଆରମ୍ଭ ହୋଇଥିଲା ଚଢାଉ । ତେବେ ବର୍ତମାନ ପର୍ଯ୍ୟନ୍ତ ତିନୋଟିସ୍ଥାନରେ ଚଢାଉ ଜାରୀ ରହିଛି । ଘଟଗାଁ ବି.ଇ.ଓ କାର୍ଯ୍ୟାଳୟ ସମେତ ନିଜ ବାସଭବନ ଯାଜପୁର୍ ଟାଉନ୍ ଏବଂ ପୈତ୍ରୁକ ଗ୍ରାମ ବିଂଝାରପୁରରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ ଜାରି ରଖିଛି ।

Capture 260

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: