ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ରାଜ୍ୟର ଅତିରିକ୍ତ ମାଜିଷ୍ଟ୍ରେଟ 

ସୁନ୍ଦରଗଡ, ୧୧/୦୨:  ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ରାଜ୍ୟର ଅତିରିକ୍ତ ମାଜିଷ୍ଟ୍ରେଟ   । ସୁନ୍ଦରଗଡ଼ର ଅତିରିକ୍ତ ମାଜିଷ୍ଟ୍ରେଟ ବିଶ୍ବଜିତ ମହାପାତ୍ରଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂକ୍ତ ସମ୍ପତ୍ତି ଠୁଳ ନେଇ ଆସିଥିଲା ଅଭିଯୋଗ । ସୁନ୍ଦରଗଡ ସମେତ ଭୁବନେଶ୍ବର, ଜଗତସିଂହପୁରରେ ଚଢ଼ାଉ ଜାରି। ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଜବତ ହୋଇଥିବା ସୂଚନା ମିଳିଛି।  ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ସୁନ୍ଦରଗଡ଼ ଏଡିଏମ୍‌ଙ୍କ  ଭୁବନେଶ୍ବର  ଉପକଣ୍ଠ  ବାଲିଅନ୍ତା  ସ୍ଥିତ ଘର,  ଭୁବନେଶ୍ବର  ନୟାପଲ୍ଲୀ ସ୍ଥିତ ଫ୍ଲାଟ୍,   ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘର ଓ ଜଗତସିଂହପୁର  ମଣିଜଙ୍ଗା ସ୍ଥିତ  ସମ୍ପର୍କୀୟଙ୍କ ଘର,  ସୁନ୍ଦରଗଡ ସ୍ଥିତ  ସରକାରୀ ବାସଭବନ, ସୁନ୍ଦରଗଡ ଜିଲ୍ଲାପାଳଙ୍କ  ଅଫିସରେ ଥିବା ତାଙ୍କ ଚାମ୍ବର, ରାଜଗାଙ୍ଗପୁର ସ୍ଥିତ ଓସିଏଲ କ୍ୟାମ୍ପସରେ ଚଢାଉ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍‌ ୱାରେଣ୍ଟ ବଳରେ ଚଢ଼ାଉ କରାଯାଇଥିବା ଜଣାପଡିଛି। ତେବେ ବର୍ତ୍ତମାନ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: