ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ

ନୂଆପଡ଼ା, ୦୮।୦୮: ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ। ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ (ସିଡିଭିଓ) ତ୍ରିଲୋଚନ ଧଳଙ୍କ ଘରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ତ୍ରିଲୋଚନଙ୍କ କାର୍ଯ୍ୟାଳୟ, ସରକାରୀ ଘର ଓ କଟକର ନରାଜସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ତେବେ ସିଡିଭିଓ ତ୍ରିଲୋଚନ ଧଳଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ସରକାରୀ ଗାଡ଼ିରେ ଯାଉଥିବା ବେଳେ ସିଡିଭିଓ ତ୍ରିଲୋଚନ ଧଳଙ୍କଠାରୁ ଏହି ଟଙ୍କା ଜବତ ହୋଇଥିଲା। ସିଡିଭିଓ ଜବତ ହୋଇଥିବା ଟଙ୍କାର ହିସାବ ଦେଇପାରିନଥିବା ଜଣାପଡ଼ିଛି। ଭିଜିଲାନ୍ସ ଚଢଉର ଅଧିକ ତଥ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: