ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର

କଳାହାଣ୍ଡି ,୨୧।୧୨ : ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଧିକାରୀ ଧରାପଡିିଛନ୍ତି ।ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେ ଗାଁ ରେଞ୍ଜର କେଶବ ମାଝୀ ଙ୍କ ଘରେ ଭିଜିଲାନ୍ସ ଚଢାଉ। କେ ଗାଁ କାର୍ଯ୍ୟାଳୟରେ ରହୁଥିବା କ୍ୱାଟର ଓ ବ୍ରାହ୍ମଣୀ ର ପୈତୃକ ଘର ଓ କେସିଙ୍ଗା ଓମ ନଗର ର ତିନି ମହଲା କୋଠାରେ ଭିଜିଲାନ୍ସ ବିଭାଗ ର ଚଢ଼ାଉ । କୋରାପୁଟ ଓ କଳାହାଣ୍ଡି  ଭିଜିଲାନ୍ସ ବିଭାଗ ର ଚାଲିଛି ମିଳିତ ଚଢ଼ାଉ। ତିନି ମହଲା କୋଠ, ଦାମୀ କାର, ବୁଲେଟ ଆଦି ବହୁ ସାମଗ୍ରୀ ଠାବ କରାଯାଇଥିବା ସୂଚନା । ଫରେଷ୍ଟ ରେଞ୍ଜ ଅଧିକାରୀ କେଶବ ମାଝି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡିଛନ୍ତି । ଏନେଇ କେଶବଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ରେଡ ପକାଇଛି । ଏହାସହ କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: