ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଣ୍ଟିଂ ସ୍ମଗଲିଂ ଗାର୍ଡ

ବାଲେଶ୍ୱର,୨୪/୦୬ : ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ମଗଲିଂ ଗାର୍ଡ । ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ଚଢ଼ାଉ । ଜଳେଶ୍ୱର ସେଣ୍ଟରରେ କାର୍ଯ୍ୟରତ ଜନାର୍ଦ୍ଦନ ପଲେଇଙ୍କ ଘରେ ହୋଇଛି ଚଢ଼ାଉ । ଭିଜିଲାନ୍ସ ଜାଲରେ ବାଲେଶ୍ଵର ଯୋଗାଣ ବିଭାଗ କର୍ମଚାରୀ ଜନାର୍ଦ୍ଦନ ପଲାଇ । ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଭିଜିଲାନ୍ସର ଟିମ୍‌ ଏକ କାଳୀନ ଜନାର୍ଦ୍ଦନଙ୍କ ୫ଟି ସ୍ଥାନରେ ଚଢ଼ାଉ କରୁଛି । ଜଳେଶ୍ଵର ଧରାଷ୍ଟକରେ ଥିବା ତାଙ୍କ ଆବାସିକ ଗୃହ ସହ  ଜଳେଶ୍ଵର ନୂଆବଜାରରେ ଥିବା କାର୍ଯ୍ୟାଳୟ, ଜଳେଶ୍ଵର ଜାତୀୟ ରାଜପଥ ୬୦ ନିକଟସ୍ଥ ସାନ୍ତିଆରେ ଥିବା ତାଙ୍କ ଚନ୍ଦନ ନାମକ ଏକ ହୋଟେଲ (ଢାବା)ରେ ମଧ୍ୟ ଚଢ଼ାଉ ଜାରି ରହିଛି । ଖାଲି ସେତିକି ନୁ​‌ହେଁ ଜଳେଶ୍ଵର ଧରାଷ୍ଟକରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ହମ୍ବାର ଗାଁରେ ଥିବା ନିଜସ୍ଵ ଘର ଉପରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ବିଭାଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: