ଭିଜିଲାନ୍ସ ଜାଲରେ  ବରଗଡ଼ର କୃଷି ଅଧିକାରୀ

ବରଗଡ଼,୦୯/୦୮: ଭିଜିଲାନ୍ସ ଜାଲରେ  ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଣୟଙ୍କୁ ପାଇକମାଳ ବସଷ୍ଟାଣ୍ଟରୁ ଧରିଛି ଭିଜିଲାନ୍ସ ଟିିମ୍ । ସାର ଡିଲରଙ୍କଠାରୁ ଲାଞ୍ଚ ନେଉଥିଲେ ପ୍ରଣୟ । ଲାଇସେନ୍ସ ପାଇଁ ପ୍ରଣୟ ଲାଞ୍ଚ ନେଉଥିବା ଜଣାପଡିଛି । ଧରାପଡିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଣୟଙ୍କ  ଘରେ ଚଢ଼ାଉ  ଜାରି ରହିଛି । ତେବେ ରାଜ୍ୟରେ ଦୁନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ଭିଜିଲାନ୍ସ ଜାଲରେ ଫସିଥିଲେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର । ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ହୋଇଥିଲା । ଯାଜପୁର ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକାକାଳୀନ ରେଡ୍ ହୋଇଥିଲା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: