ସମ୍ୱଲପୁର,୦୫/୧୩: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭିଜିଲାନ୍ସ ଅଧିକାରୀ। ସେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି। କେସ୍ ରଫାଦଫା କରିବା ପାଇଁ ନେଉଥିଲେ ଲାଞ୍ଚ । ସୂଚନା ଅନୁସାରେ ସମ୍ବଲପୁରର ଭିଜିଲାନ୍ସ ଡିଭିଜିନର ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି। ଜଣେ କର୍ମଚାରୀଙ୍କ କେସ୍ ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିଲେ। ବରଗଡର ମୁକେଶ ସାହୁଙ୍କ ମଧ୍ୟସ୍ଥିରେ ଲାଞ୍ଚ ନେଉଥିଲେ। ମାନସୀ ଏବଂ ମୁକେଶଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସର ଚଢାଉ ଜାରି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |