ଭିଜିଲାନ୍ସ ଜାଲରେ ରେଂଜର

ବଲାଙ୍ଗିର ,୮।୧୨:   ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି  ଆଉ ଜଣେ ସରକାରୀ ଅଧିକାରୀ । ତେବେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରିଛି ଭିଜିଲାନ୍ସ ଟିମ୍ ।  ଟିଟିଲାଗଡ ବନ ବିଭାଗ ରେଜଂର ଶିବ ପ୍ରସାଦ ନାଏକଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଫଳରେ ଟିଟିଲାଗଡ ଅଫିସ, ପୈତୃକ ଘର ସହ ଏକ କାଳୀନ ୪ ଟି ସ୍ଥାନରେ ଚଢାଉ ଜାରୀ ରହିଛି । ତେବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଛି । ବର୍ତ୍ତମାନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରୀ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ତାହା ଜଣା ପଡି ନାହିଁ । ତେବେ ସମ୍ପୂର୍ଣ୍ଣ ରେଡ ପରେ ଏହା ଜଣା ପଡିବ ବୋଲି ବିଶେଷ ସୁତ୍ରରୁ ଖବର ପ୍ରକାଶ ପାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: