ନୟାଗଡ, ୩୦।୦୩ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସରକାରୀ ବାବୁଙ୍କ ଘରେ ଚଢ଼ାଉ କରିଛି | ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଓ ଅଫିସରେ ଚଢାଉ କରାଯାଇଛି | ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ ଚାଲିଛି । କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ଓ୍ୱାରେଣ୍ଟ ବଳରେ ଚାଲିଛି ଚଢାଉ । ଏହି ଚଢାଉରେ ୫ଜଣ ଡିଏମ୍ସି , ୫ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଏକାସାଙ୍ଗେ ନୟାଗଡ଼, କଟକ, ଖୋର୍ଦ୍ଧାର ୬ଟି ସ୍ଥାନରେ ଚଢାଉ ଚାଲିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ନୟାଗଡସ୍ଥିତ ଅଫିସ, ନୟାଗଡ ଟାଉନସ୍ଥିତ ଘର, ଭୁବନେଶ୍ବର ପଟିଆସ୍ଥିତ ଫ୍ଲାଟ, କଟକ କିଶୋରନଗର ସ୍ଥିତ ପୈତୃକ ଘର, କଟକ ଆଲିସା ବଜାର ସ୍ଥିତ ବିଲ୍ଡିଂ, ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |