ବଲାଙ୍ଗିର, ୧୮/୧୧ : ଭିଜିଲାନ୍ସ ଜାଲରେ ବେଲପଡ଼ା ତହସିଲର ସେକ୍ସନ ଅଫିସର। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର ଯୁଗଳ କିଶୋର ରାଉତ। ଏକ ଜମି ମ୍ୟୁଟେସନ ପାଇଁ ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଯୁଗଳ କିଶୋର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ଯୁଗଳଙ୍କ ପାଟଣାଗଡ ବାସଭବନ ଓ ବେଲପଡ଼ା ତହସିଲ ଅଫିସ୍ ଚାମ୍ବରରେ ଅଧିକ ଛାନଭିନ୍ କରୁଥିବା ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |