ଭିଜିଲାନ୍ସ ଜାଲରେ ABEO

କେନ୍ଦ୍ରାପଡ଼ା ,୧୦/୦୬:   ଭିଜିଲାନ୍ସ ଜାଲରେ ଫସିଛନ୍ତି ABEO । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ ଧରାପଡିଛନ୍ତି । ତେବେ ଦରମା ରିଲିଜ୍ ପାଇଁ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ABEO । କିନ୍ତୁ ପୂର୍ବ ଯୋଜନାବଦ୍ଧ ଭାବେ ଶିକ୍ଷା ଅଧିକାରୀ ବିପିନଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ନିକଟରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଥିଲା ଭିଜିଲାନ୍ସ । କାରନ୍ଦା ଛକରେ ଲାଞ୍ଚ ନେଉଥିବା ତାଙ୍କୁ କଟକ ଭିଜିଲାନ୍ସ ଧରିଥିବା ସୂଚନା ମିଳିଥିଲା । ଜଣେ ପଥର ଖଣି ଲିଜଧାରୀଙ୍କଠାରୁ ଲାଞ୍ଚ ନେଉଥିବା ସେ ଧରା ପଡ଼ିଥିଲେ । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: