ଭିଜିଲାନ୍ସ ଜାଲରେ ACSO

ନୂଆପଡ଼ା  ,୦୨।୦୨ : ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ। ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ୍‌ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ନୂଆପଡ଼ା ଓ କଟକ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଦୁଇଟି ଅଟ୍ଟାଳିକା, କଲ୍ୟାଣ ମଣ୍ଡପ ଓ ବହୁ ଅଳଙ୍କାର ଠାବ କରାଯାଇଛି । ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା କୋଠା ଠାବ ହୋଇଛି । କଟକ ମଧୁପାଟଣାରେ ଗୋଟିଏ କଲ୍ୟାଣ ମଣ୍ଡପ ଠାବ କରାଯାଇଛି । ଏହା ସହ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଓ ଚୌଦ୍ଵାରରେ ୩ ଏକର ଜମି ଠାବ ହୋଇଥିବା ଜଣାପଡିଛି । ୪୯୮ ଗ୍ରାମର ସୁନା ଗହଣା ଓ ଅଢେଇ କେଜିର ରୂପା ଗହଣା ଜବତ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: