ଭିଜିଲାନ୍ସ ଜାଲରେ RWS&S ସହକାରୀ ଯନ୍ତ୍ରୀ

ତାଳଚେର, ୨୯/୦୩ : ଭିଜିଲାନ୍ସ ଜାଲରେ ତାଳଚେର ଆରଆରଡବ୍ଲୁ ସହକାରୀ ନିର୍ବାହୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଧରା ପଡ଼ିବାରୁ ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ସନ୍ତୋଷଙ୍କ ତାଳଚେର ସ୍ଥିତ ଅଫିସ, ପୈତୃକ ଘର, ଭାପୁର ଓ ଭୁବନେଶ୍ୱର ପ୍ଲଟ ଓ କଳିଙ୍ଗ ବିହାର ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ବିଲ୍ ପାସ୍ କରାଇ ଦେବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ସନ୍ତୋଷଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: