ଭିଜିଲାନ୍ସ ହାତରେ ଧରାପଡିଗଲେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ମଲ୍ଲିକ

ବ୍ରହ୍ମପୁର,୨/୯(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ମୋ ଗୁହାଳ ସ୍କିମ୍ ବିଲ୍ ପାସ୍ କରିବା ପାଇଁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଯାଇଛନ୍ତି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, କନିଷ୍ଠ ଯନ୍ତ୍ରୀ ସୁଧାଂଶୁ କୁମାର ମଲ୍ଲିକ ନିଜ କାର୍ଯ୍ୟାଳୟରେ ‘ମୋ ଗୁହାଳ ସ୍କିମ୍’ ରେ ନିର୍ମାଣ କରାଯାଇଥିବା ଗୁହାଳ ଘରର ବକେୟା ଟଙ୍କାର ବିଲ୍ ପାସ୍ କରିବା ପାଇଁ ବୁରୁଝରୀ ପଞ୍ଚାୟତ ଅଧୀନରେ ଥିବା ପି. ନୂଆଗାଁ ଗ୍ରାମର ଜଣେ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥଲେ । ଏହା ପରେ ହିତାଧିକାରୀ ଜଣକ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।ପରବର୍ତ୍ତୀ ମୁହୂର୍ତ୍ତରେ ଯୋଜନା ମୁତାବକ ଆଜି ଉକ୍ତ ହିତାଧିକାରୀଜଣକ କେମିକାଲ ବୋଳା ଯାଇଥିବା ୭ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ତାଙ୍କ କାଯ୍ୟାଳୟରେ ଦେଇଥିଲେ ।ଠିକ୍ ଏହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ମଲ୍ଲିକଙ୍କୁ କାବୁ କରି ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ନେଉଥିବା ଟଙ୍କା ଜବତ କରିଥିଲା । ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଧିକ ପଚାର ଉଚରା ଜାରି ରଖିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ,ପୂର୍ବରୁ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡା ସର୍କଲର ଆରଆଇ ଦେବାଶିଷ ମାଝୀ ଗୋଟିଏ ବାଲି ବଝେଇ ଟ୍ରିପରକୁ ଛାଡ଼ିବା ପାଇଁ ଜରିମାନା ବାଦେ ଅଧିକ ୨୫ହଜାର ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: