ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ବେହେରା

ବ୍ରହ୍ମପୁର-୩୦/୬(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ତୁରୁବୁଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ଆଜି ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ,ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଶ୍ରୀମତୀ ଗୌଡ଼ଙ୍କ ଶେଷ କିସ୍ତି ୩୦ ହଜାର ଟଙ୍କା ରିଲିଜ କରିବା ପାଇଁ ୬ହଜାର ଲାଞ୍ଚ ମାଗିଥିଲେ ।ଏହି ଘଟଣା ସମ୍ପର୍କରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହେବା ପରେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ବେହେରା ।ଏହା ପରେ ରାଜେନ୍ଦ୍ର ବେହେରାଙ୍କ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନଗର ସ୍ଥିତ ବାସ ଭବନ, କେ. ନୁଆଗାଁ ଥାନା ଅନ୍ତର୍ଗତ ବନମାଳୀ ପୁର ଗ୍ରାମ ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି ।ଏନେଇ ଭିଜିଲାନ୍ସ କେସ ନମ୍ବର ୧୦/୨୦୨୨ ରେ ଏକ ମାମଲା ରୁଜୁ  କରାଯାଇଥିବା ବେଳେ ତଦନ୍ତ  ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: