ଭିଜିଲାନ୍ସ ହାତରେ ଧରାପଡ଼ିଲେ ବନ ଅଧିକାରୀ

ଭୁବନେଶ୍ବର,୭।୩:କୋରାପୁଟ ଜିଲ୍ଲା ଲମତାପୁଟ ଏସିଏଫ୍ ସୁରଜିତ୍‌ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସୁରଜଙ୍କ ଲମତାପୁଟ ସ୍ଥିତ କାର୍ଯ୍ୟାଳୟ ଏବଂ ଘରେ ୬ ଜଣିଆ ଭିଜିଲାନ୍ସ ଟିମ୍ ଛାନ୍‌ଭିନ୍‌ ଚଳାଇଛି।  ଗତକାଲି ପଦୋନ୍ନତି ପାଇଥିଲେ। ହେଲେ ଏହାର କିଛି ଘଣ୍ଟାପରେ ଭିଜିଲାନ୍ସ ସେହି ଅଧିକାରୀଙ୍କୁ ମାଡ଼ିବସିଥିଲା। ଏଭଳି ଘଟଣା ଘଟିଛି କୋରାପୁଟରେ। ଗତକାଲି ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ କୁମାର ସାହୁ। ସେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ସମୟରେ ତାଙ୍କୁ ବାଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ ଟିମ୍ ସୁରଜିତଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତାଙ୍କଠାରୁ  ୧ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଛି|ସୁରଜିତ କୁମାର ସାହୁ ନିଜର ଅଫିସ ବୋଲେରୋ (ଓଡି-୦୫-ଏମ-୧୯୨୮)ରେ ଭୁବନେଶ୍ବର ଯାଉଥିବା ସମୟରେ କୋରାପୁଟରେ ଧରିଥିଲା ଭିଜିଲାନ୍ସ। ସେହି ଟଙ୍କା ସୁରଜିତ ଅନୈତିକ ଉପାୟରେ ଅର୍ଜନ କରିଥିବା ସନ୍ଦେହ କରାଯାଉଛି।  ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୁରଜିତ କୁମାର ସାହୁ ନିଜର ସହକର୍ମୀଙ୍କୁ ଭୁବନେଶ୍ବର ଯାଉଥିବା କହିଥିଲେ। ଏନେଇ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!