ଭିଟାମାଟି ପାଇଁ ଲଢେଇ କରି ଜେଲ୍ କାରାଗାରରୁ ମୁକୁଳିଥିବା ଗ୍ରାମବାସୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ଗଞ୍ଜାମ,୮/୧୧(ମନୋଜ କୁମାର ପାତ୍ର): ନିଜ ଜମି ଓ ଭିଟାମାଟିର ସୁରକ୍ଷା ପାଇଁ ଲଢେଇକରି ଗତ ଅକ୍ଟୋବର ୨୯ତାରିଖରେ କାରାବରଣ କରିଥିବା ୧୫ଜଣ ଗ୍ରାମବାସୀଙ୍କ ମଧ୍ୟରୁ ୭ଜଣ ମହିଳା ଓ ୮ଜଣ ପୁରୁଷ ପୃଥକ ପୃଥକ ଭାବେ କାରାଗାରରୁ ମୁକୁଳିଛନ୍ତି l ଆଇଆରଇ କଂପାନିର ଷଡଯନ୍ତ୍ର ମୂଳକ ଜବରଦସ୍ତ ଜମି ଦଖଲ ବିରୁଦ୍ଧରେ ଲଢେଇ କରୁଥିବା ନିରିହ ଗ୍ରାମବାସୀଙ୍କୁ ଆଇଆରଇ ପୋଲିସ ଦ୍ଵାରା ମିଥ୍ୟା କେସ ଲଗାଇ ଲୋକଙ୍କୁ ଭୟବିତ କରିବା ପାଇଁ ଜେଲରେ ଠୁଙ୍କି ଦେଇଥିଲା।ଏହାକୁ ସମସ୍ତ ରାଜନୈତିକ ଦଳ ଦୃଢ ନିନ୍ଦା କରିଥିଲେ।ଅନୁସୂଚିତ ଜାତିର ଚାଷୀଗ୍ରାମବାସୀ ମାନଙ୍କ ତ୍ୟାଗ ସଂଘର୍ଷ ଆଜି ଏହି ଆନ୍ଦୋଳନକୁ ପ୍ରେରଣା ଯୋଗାଇଛି । ଆଗାମୀ ଦିନ ଏହି ଆନ୍ଦୋଳନ ଏ ଅଞ୍ଚଳର ଜନତାଙ୍କୁ ଦିଗଦର୍ଶନ ଦେଖାଇବା ସହ କଂପାନି ଦଲାଲ ମାନଙ୍କୁ ସ୍ବlର୍ଥପର ରାଜନେତାଙ୍କ ଗାଲରେ ଏକ ଶକ୍ତ ଚାପୁଡା ହୋଇ ବସିବ । ଜାମିନରେ ମୁକୁଳିଥିବା ଏହି ସଂଗ୍ରାମୀମାନଙ୍କୁ ଆଜି ଶହ ଶହ ଗ୍ରାମବାସୀ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧନା ଜଣାଇଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: