ଭିତରକନିକାରେ କୁମ୍ଭୀର ବସା ଭାଙ୍ଗିଲା ବାତ୍ୟା ୟାସ୍

ରାଜନଗର,୩ା୬ ; ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ । ଏବେ ଚାଲିଛି କୁମ୍ଭୀର ପ୍ରଜନନଋତୁ । ମା କୁମ୍ଭୀର ପୁରୁଷ କୁମ୍ଭୀର ସହିତ ମିଳନ ପ୍ରକ୍ରିୟା ପରେ ମଇ ମାସ ମ୍ମରେ ବସା ତିଆରିକରି ଅଣ୍ଡା ଦେଇଥାଏ । ଚଳିତବର୍ଷ ମଇ ମାସର ଶେଷ ସପ୍ତାହରେ ବାତ୍ୟା ୟଶ ଉପକୂଳ ଓଡିଶାରେ ତାଣ୍ଡବ ରଚି ଚାଲିଯାଇଛି । ଏହି ସମୟରେ ମା କୁମ୍ଭୀର ପ୍ରକୃତିର ନିୟମ ମାନି ବସାକରି ଅଣ୍ଡା ଦେଇଥାଏ । ମା କୁମ୍ଭୀର ଅଣ୍ଡା ଦେବାର ୮୦ରୁ ଶହେ ଦିନ ମ୍ମରେ ଛୁଆ ବାହାରି ଥାନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ଏକ ନଦୀ ନାଳ ଭରା ପ୍ରାକୃତିକ ଜଙ୍ଗଲ । ଭିତରକନିକା ଜାତୀୟ ଉଦ୍ୟାନର ପ୍ରାକୃତିକ ପରିବେଶ ବଉଳା କୁମ୍ଭୀରର ରହଣି ତଥା ବଂଶ ବୃଦ୍ଧିପାଇଁ ଅନିକୂଳ ହୋଇଥିବାରୁ ଏହାକୁ ତାର ଅନ୍ତୁଡିଶାଳ ବୋଲି କୁହାଯାଏ । ମା କୁମ୍ଭୀର ଅଣ୍ଡାଦେବା ପୂର୍ବରୁ ନଦୀ ଠାରୁ କିଛି ଦୂରରେ ପତଳା ଜଙ୍ଗଲରେ ସ୍ଥାନ ନିରୂପଣ କରିଥାଏ । ଯେଉଁଠିକି ସୂର୍ଯ୍ୟକିରଣ ପଡିଥାଏ , ନଦୀ ଯୁଆରରେ ବୁଡୁନଥିବା ସ୍ଥାନରେ ନାଳିଆ, ଖରଖରି ଓ ବିଶେଷକରି ହେନ୍ତାଳ(ପି’ା) ପତ୍ରକୁ ଗଦାକରି ତା ମ୍ମରେ ଅଣ୍ଡା ଦେଇଥାଏ । ଅଣ୍ଡାଦେବାପରେ ଆହୁରି କିଛି ପତ୍ରକୁ ତାଉପରେ ଗଦେଇଦେଇ ଅଳ୍ପ ଦୂରରେ ଅଣ୍ଡାର ସୁରକ୍ଷାପାଇଁ ଜଗି ରହିଥାଏ । ବାତ୍ୟା ୟଶ ସମୟରେ ସମୁଦ୍ରରେ ଉଚ୍ଚାଜୁଆର ସାଙ୍ଗକୁ ଲଘୁଚାପ ଜନିତ ଲଗାଣ ବର୍ଷା ୩ଦିନଧରି ଲାଗିରହିଥିଲା । ଫଳରେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ଭିତରକନିକା ଓ ଖୋଳା ନଦୀ ସହିତ ପ୍ରବାହିତ ନାଳଗୁଡିକରେ ଉଚ୍ଚ ଜୁଆର ବନଭୂମିକୁ ବୁଡାଇ ଦେଇଥିଲା । ଏହି ଦୃଷ୍ଟିରୁ କୁମ୍ଭୀର ବସାଗୁଡିକ ଭାଙ୍ଗିଯିବା ସହିତ ଅଣ୍ଡା ନଷ୍ଟ ହୋଇଯାଇଥିବା ନେଇ କୁହାଯାଉଛି ।

 

bikashranjandash DFO

ବିକାଶ ରଞ୍ଜନ ଦାଶ- ମଇମାସରେ କୁମ୍ଭୀର ମାନେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି । ଚଳିତବର୍ଷ ମଇମାସର ଶେଷ ସପ୍ତାହରେ ବାତ୍ୟା ୟଶ ଯୋଗୁ କୁମ୍ଭୀର ବସାଗୁଡିକ ଭାଙ୍ଗୁରୁଜି ଯାଇଛି । ତାଭିତରେ ଥିବା କିଛି ଅଣ୍ଡା ନଷ୍ଟ ହୋଇଯାଇଥିବା ଆମେ ଆଶଙ୍କା କରୁଛୁ । ଡାଙ୍ଗମାଳ ଫରେଷ୍ଟ ବ୍ଲକରେ ଆମ ଅଫିସ ଓ କିଛି ଦୂରରେ ଯେଉଁ କୁମ୍ଭୀର ଗୁଡିକ ବସା ବାନ୍ଧି ଅଣ୍ଡା ଦିଅନ୍ତି ସେମାନଙ୍କର ବସା ଭାଙ୍ଗି ଯାଇଥିବାରୁ ସେମାନେ ପୁନର୍ବାର ବସା ତିଆରି କରୁଥିବା ଦେଖିବାକୁ ମିଳିଛି । ପୁର୍ବରୁ ଯଦି ସେମାନେ ଅଣ୍ଡା ଦେଇସାରିଥିବେ ସେମାନେ ଆଉ ଅଣ୍ଡା ଦେବେ ନାହିଁ ।(ବନଖଣ୍ଡ ଅଧିକାରୀ, ରାଜନଗର ବନଖଣ୍ଡ)

sudhakar kar scaled

ଡକ୍ଟର ସୁଧାକର କର– ମା କୁମ୍ଭୀର ମଇ ମାସରେ ବସାବାନ୍ଧି ଅଣ୍ଡା ଦେଇଥାନ୍ତି । ଚଳିତ ବର୍ଷ ବାତ୍ୟା ୟଶ ପ୍ରଭାବରେ ଉଚ୍ଚ ଜୁଆର ଆସିଥିଲା । କିନ୍ତୁ କୁମ୍ଭୀର ଅଣ୍ଡା ନଷ୍ଟ ହୋଇନଥିବା ଆଶା କରୁଛି । ମା କୁମ୍ଭୀର ସାଧାରଣତଃ ନଦୀ ଜୁଆର ମାଡିବା ଠାରୁ ଦୂରରେ ବସାବାନ୍ଧି ଅଣ୍ଡା ଦେଇଥାଏ । ଏହି ନଦୀ ଗୁଡକରେ ଜୁଆର ଭଟ୍ଟା ଲାଗିରହିଥିବାରୁ କିଛି ଘଣ୍ଟା ପରେ ଜୁଆର ଛାଡି ଯାଇଥିବ । ତେଣୁ ଅଣ୍ଡା ବିଶେଷ କ୍ଷତିଗ୍ରସ୍ତ ହୋଇନଥାଏ । ନୂଆ ନୂଆ ବସାବାନ୍ଧି ଅଣ୍ଡା ଦେଉଥିବା ମା କୁମ୍ଭୀର ଅନେକ ସମୟରେ ଅପେକ୍ଷାକୃତ ଖାଲୁଆ ଓ ନଦୀର ନିକଟରେ ବସା ବାନ୍ଧି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଥାଏ । ସେଗୁଡିକ ପ୍ରଭାବିତ ହୋଇପାରେ । (ଭାରତର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ)

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: