କେନ୍ଦ୍ରାପଡ଼ା,୮।୧: ଚଳିତବର୍ଷ ମଧ୍ୟ ବହୁସଂଖ୍ୟାରେ ବିଦେଶୀ ପକ୍ଷୀ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଆସୁଛନ୍ତି । ଏଥର କେନ୍ଦ୍ରାପଡ଼ା ସ୍ଥିତ ଭିତରକନିକାକୁ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥିବା ଜଣାଯାଇଛି । ପକ୍ଷୀଗଣନାବେଳେ ଏଠାରେ ୧୪ଟି ପ୍ରଜାତିର ୧୩ ଲକ୍ଷ ୩୯ ହଜାର ୯୫୯ ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଗତଥର ଅପେକ୍ଷା ୧ ହଜାର ୮୦୨ଟି ଅଧିକ ପକ୍ଷୀ ରହିଥିବାନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |