ରାଜକନିକା/ଚାନ୍ଦବାଲି,୨୫ ।୫ ବାତ୍ୟା ୟାସ ଆସୁଛି । ଏହାର ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୁପ ନେଇଛି । ବାତ୍ୟା ଆସନ୍ତା କାଲି ସ୍ଥଳଭାଗ ଛୁଇଁବ । ଭିତରକନିକା-ଚାନ୍ଦବାଲି- ଧାମରା ଭିତରେ ଲ୍ୟାଣ୍ଡଫଲ୍ ହେବାର ପାଣିପାଗ ପୂର୍ବାନୁମାନ କରିଛି । ତେବେ ପ୍ରଭାବିତ ହେବାକୁ ଥିବା ଜିଲାମାନଙ୍କରେ ବାତ୍ୟାର ପ୍ରଭାବ ଆଜିଠୁ ଦେଖିବାକୁ ମିଳିଛି । ଆଜି ସକାଳୁ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । କେତେକ ସ୍ଥାନରେ ପବନର ବେଗ ମଧ୍ୟ ବଢୁଛି । ତେବେ ସନ୍ଧ୍ୟା ବେଳକୁ ପବନର ବେଗ ଆହୁରି ବଢିବାର ଆଶଙ୍କା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |