ଭିନ୍ନକ୍ଷମ-ବିଧବା ମହିଳାଙ୍କୁ ସାହାଯ୍ୟର ହାତ ବଡାଇଲେ ଆଇନଜୀବି ପୀତବାସ ପଣ୍ଡା

ବ୍ରହ୍ମପୁର-୧୮/୬(ମନୋଜ କୁମାର ପାତ୍ର) : ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ନିବାସୀ ସୁନିତା ସାହୁ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ତାଙ୍କର ହାତ ଗୋଟିଏ ନଥିବା ବେଳେ ସେ ଜଣେ ବିଧବା ମହିଳା ଅଟନ୍ତି ଏବଂ ବୟସ ପ୍ରାୟ ୩୦ ହେବ l ଗତ ବର୍ଷ ଏକ ଗାଡି ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇ ଗୋଟିଏ ଆଠ ବର୍ଷର ପୁଅକୁ ନେଇ ଭଡା ଘରେ ରୁହନ୍ତି l କରୋନା ଯୋଗୁଁ କାମ ଧନ୍ଦା ନାହିଁ, ଘର ସଂସାର ଚଳାଇବାରେ ବହୁତ ଅସୁବିଧା ହେଉଛି l ଏହିକଥା ଜାଣିବା ପରେ ବ୍ରହ୍ମପୁରର ଜଣେ ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ତାଙ୍କ ଘରେ ପହଞ୍ଚୀ ଗୋଟିଏ ବସ୍ତା ଚାଉଳ, ଆଳୁ, ପିଆଜ, ଡାଲି, ତେଲ, ଚୁଡା, ଚିନି, ସୁଜି, ବିସକେଟ,ସମସ୍ତ ପ୍ରକାର ମସଲା, ଚାଉମିନ୍,ମାଂସ ବଡି, ଗୋଟିଏ ପିନ୍ଧିବା ପାଇଁ ଲୁଗା ପ୍ରଦାନ କରିଛନ୍ତି lତେବେ ଏହି ଅବସରରେ ଶ୍ରମିକ ନେତା ଭୋକାଳୀ ସେଠୀ, ଉଦୟ ପାଣିଗ୍ରାହୀ,ରବି ଅଧିକାରୀ,ସୁଧୀର ମହାରଣା, ପ୍ରଶାନ୍ତ ସାହୁ, ବବୁଲୁ ବେଗ୍ ପ୍ରମୁଖ ସହଯୋଗ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: