ଭୁବନେଶ୍ବର ଓୟୁଏଟି କ୍ୟାମ୍ପସ୍ ପରିସରରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୧/୦୨: ଓୟୁଏଟି ପରିସରରୁ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର |ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ବ ବିଶ୍ବବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା। ଓୟୁଏଟି କ୍ୟାମ୍ପସ ପରିସର ଥିବା ଘର ଭିତରୁ ଉଦ୍ଧାର ହେଲା ମୃତଦେହ। ମୃତ ମହିଳା ପ୍ରଫେସରଙ୍କ ଜଣକ ହୋଇଛନ୍ତି ବାସନ୍ତୀ ଜେନା ବୋଲି ଜଣାପଡିଛି । ବାସନ୍ତୀ ଜେନା ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ ।ଘଟଣାସ୍ଥଳରେ ପୋଲିସ ଓ ସାଇଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପ୍ରଫେସରଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!