ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍

ଭୁବନେଶ୍ଵର, ୧୦/୦୬ : ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ । ବିମାନ ବନ୍ଦରରେ ଦୁଇଟି ଟିମ୍‌କୁ ଭବ୍ୟ ସ୍ଵାଗତ କରାଯାଇଛି। ରବିବାର ଖେଳାଯିବାକୁ ଥିବା ଟି-ଟ୍ଵେଣ୍ଟି ମ୍ୟାଚ୍ ପାଇଁ ଉଭୟ ଟିମ୍ ଓଡ଼ିଶାରେ ପହଞ୍ଚିଛନ୍ତି। ସେମାନେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହିଠାରୁ ସେମାନେ ଏକ ସ୍ଵତନ୍ତ୍ର ବସ୍ ଯୋଗେ ହୋଟେଲ୍ ମେଫେୟାରକୁ ଯାଇଛନ୍ତି। ସେପଟେ ହୋଟେଲ୍ ବାହାରେ କ୍ରୀଡ଼ାପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି। ରବିବାର ଦିନ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ। ସେଥିପାଇଁ ପୁଲିସ୍‌ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଶନିବାର ଦିନ ଉଭୟ ଦଳ ପର୍ଯ୍ୟାୟ କ୍ରମିକ ଭାବେ କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଖେଳାଳିଙ୍କ ପାଇଁ କଟକ ଓ ଭୁବନେଶ୍ୱରରେ ଶହେ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଏଥିରୁ ୬୫ ପ୍ଲାଟୁନ୍‌ ବାରବାଟୀ ଷ୍ଟାଡିୟମ, ୨୧ ପ୍ଲାଟୁନ୍‌ ଭୁବନେଶ୍ୱର ମେ’ଫେୟାର ହୋଟେଲ୍‌ ଓ ବିଭିନ୍ନ ଛକରେ ଏବଂ ବାକି ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ କଟକରୁ ଭୁବନେଶ୍ୱରର ରାସ୍ତାରେ ମୁତୟନ ହୋଇଛନ୍ତି । ସେହିପରି ଭାରତୀୟ ପ୍ଲେୟାରଙ୍କୁ ଅଏଲ ଫ୍ରି ଏବଂ ଫ୍ୟାଟ୍ ଫ୍ରି ଖାଦ୍ୟ ପରସିବା ପାଇଁ ବିସିସିଆଇରୁ ଅର୍ଡର ଆସିଛି । ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ କଣ୍ଟିନେଣ୍ଟାଲ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦୁଇ ଦେଶର ପ୍ଲେୟାର ୧୦ ତାରିଖରେ ଭୁବନେଶ୍ବରରେ ପହଞ୍ଚି ରେଷ୍ଟ ନେବେ । ୧୧ ତାରିଖରେ ବାରବାଟୀରେ ପ୍ରାକ୍ଟିସ କରିବେ । ୧୨ରେ ମ୍ୟାଚ୍ ଏବଂ ୧୩ ତାରିଖ ୧୧ଟା ସୁଦ୍ଧା ଖେଳାଳିମାନେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: