ଭୁବନେଶ୍ଵରରେ ପ୍ରବଳ ବର୍ଷା

ଭୁବନେଶ୍ଵର, ୩।୫: :କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଭୁବନେଶ୍ଵରରେ ପ୍ରବଳ ବର୍ଷା ହେଉଛି। ଏହା ସହିତ ସ୍ଥାନରେ ବର୍ଷା ସାଙ୍ଗକୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିଛି। କାଳବୈଶାଖୀ ଯୋଗୁ ଅନେକ ସ୍ଥାନରେ ଜନଜୀବନ ପ୍ରଭାବତି ମଧ୍ୟ ହୋଇଛି। ପାଣିପାଗ ବିଭାଗ ରିପୋର୍ଟ ମୁତାବକ ବଲାଙ୍ଗୀର ପାଟଣାଗଡ଼ରେ ଓ କଳାହାଣ୍ଡିର କଲମପୁର ଠାରେ ସର୍ବାଧିକ ବର୍ଷା ହୋଇଛି। ଏଠାରେ ପ୍ରାୟ ୨୧ ମିଲିମିଟର ବର୍ଷା ହୋଇଛି। ଗଜପତି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ଭିତରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୂଆପଡ଼ା କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ କିମି ପର୍ଯ୍ୟନ୍ତ ପବନ ହେବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଏହିପରି ରହିବ।ରାଜ୍ୟରେ କାଳବୈଶାଖୀ ସ୍ଥିତି ଜାରୀ ରହିଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀର, ପାଟଣାଗଡ, କଳାହାଣ୍ଡିରେ ଅଧିକ ବର୍ଷା ରେକର୍ଡ ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ହେଲା , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ମାଲକାନଗିରି, ରାୟଗଡା, କୋରାପୁଟ, କନ୍ଧମାଳ, ଗଜପତି, କେଉଁଝର, ମୟୂରଭଞ୍ଜ । ସେହିପରି ସହ ଘଡଘଡି ସହ ବର୍ଷା ନେଇ  ନୂଆପଡା , ନବରଙ୍ଗପୁର ଓ କଳାହାଣ୍ଡି ୩ ଜିଲ୍ଲା ପାଇଁ ସତର୍କ ସୂଚନା ଜାରୀ ହୋଇଛି । ସେହିପରି ୨୪ ଘଣ୍ଟା ପରେ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!