ଭୁବନେଶ୍ୱରରୁ ପ୍ରଥମ କରି ଜବତ ହେଲା କୋକେନ

ଭୁବନେଶ୍ୱର,୧୫/୦୪: ଭୁବନେଶ୍ୱରରୁ ଜବତ ହୋଇଛି କୋକେନ । ଆସନ୍ତା ୨୦୨୩ ହକି ବିଶ୍ୱକପ ପୂର୍ବରୁ ମାର୍କେଟ ପ୍ରସ୍ତୁତି ଚାଲିଥିବା ବେଳେ ଏସଟିଏଫ ଏହି ଯୋଜନାକୁ ପଣ୍ଡ କରିଛି । ବିଶ୍ୱକପ ସମୟରେ ବିଦେଶୀ ଦର୍ଶକମାନଙ୍କୁ ଡ୍ରଗ୍ସ ବିକିବା ପାଇଁ ଚାଲିଥିଲା ମସୁଧା । ତେବେ ଏସବୁ ଯୋଜନା ଏବଂ ଚାଲକୁ ସଫଳ ହେବା ପୂର୍ବରୁ ଏସଟିଏଫ ଚଢାଉରେ ଏମାନେ ଧରା ପଡିଯାଇଛନ୍ତି ।  ହକି ବିଶ୍ୱକପ ପାଇଁ ଚାଲିଥିବା କୋକେନ ମାର୍କେଟ ଉପରେ ଚଢାଉ କରିଛି ଏସଟିଏଫ । ଆସନ୍ତା ହକି ବିଶ୍ୱକପ ଓଡିଶାରେ ଆୟୋଜିତ ହେବାକୁ ଯାଉଛି । ତେଣୁ ଏହି ସମୟରେ ବିଦେଶୀ ଦର୍ଶକ ମାନଙ୍କୁ କୋକେନ ବିକିବା ପାଇଁ ମାର୍କେଟ ପ୍ରସ୍ତୁତି କରୁଛନ୍ତି ଡିଲର । କିନ୍ତୁ ଏହି ସମସ୍ତ ଯୋଜନାକୁ ପଣ୍ଡ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ବିଦେଶୀ ଖେଳାଳି ଏବଂ ଖେଳାଳି ରହିବା ପାଇଁ ହୋଟେଲଗୁଡିକରେ ଯୋଗାଯୋଗ କରାଯାଇ ଡ୍ରଗ୍ସ ବିକ୍ରି କରାଯିବାର ଯୋଜନା ଥିଲା । କିନ୍ତୁ ମଝିରେ ଏସଟିଏଫ ଆସି ସମସ୍ତ ଯୋଜନା ପଣ୍ଡ କରି ଦେଇଛି । ତେବେ ଏହି କୋକେନ ଦିଲ୍ଲୀରୁ ଓଡିଶାକୁ ସପ୍ଲାଏ ହେଉଥିବା ଜଣାଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!