ନୂଆଦିଲ୍ଲୀ,୧୩।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ତା ପୂର୍ବରୁ କରାଯାଇଥିବା କରୋନା ଟେଷ୍ଟିଂରେ ୫ ଜଣ ସାଂସଦ କରୋନା ପଜିଟିଭ ଜଣାପଡିଛନ୍ତି। ଏବେ ଆହୁରି ସାଂସଦଙ୍କର କରୋନା ଟେଷ୍ଟ ଚାଲିଛି। ଏଥର କରୋନା ସଙ୍କଟ କାରଣରୁ ସଂସଦର ମୌସୁମୀ ଅଧିବେଶନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ସଂସଦରେ ଅଧିବେଶନ ସମୟରେ କରୋନା ଗାଇଡଲାଇନର ପାଳନ କରାଯିବ। ଲୋକସଭାର ପ୍ରତିଦିନ ୪ ଘଣ୍ଟା ବସିବ। ଏଭଳି ସ୍ଥିତିରେ ଶୂନ୍ୟକାଳର ସମୟସୀମାକୁ କମ୍ କରି ଅଧଘଣ୍ଟା କରିଦିଆଯାଇଛି। ପ୍ରଶ୍ନ ଉତ୍ତର ମଧ୍ୟ ଲିଖିତ ଭାବରେ ଦିଆଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |