ଭୁବନେଶ୍ୱରରେ ଚୋରି ଜିନିଷ ଉଦ୍ଧାର ସମ୍ପର୍କରେ ୱେବସାଇଟରୁ ଜାଣିହେବ

ଭୁବନେଶ୍ୱର,୩୦/୫:ଭୁବନେଶ୍ୱରରେ ଚୋରି ହୋଇଥିବା ଜିନିଷ ଉଦ୍ଧାର ହେଲା କି ନାହିଁ ସେଥିପାଇଁ ବାରମ୍ବାର ଥାନାକୁ ଯିବାକୁ ପଡିବନି । କାରଣ କମିଶନରେଟ ପୋଲିସ ଆରମ୍ଭ କରିବାକୁ ଯାଉଛି ଏକ ୱେବସାଇଟ । ଯେଉଁଥିରେ ଭୁବନେଶ୍ୱର ପୋଲିସ ଦ୍ୱାରା ଜବତ ହୋଇଥିବା ସମସ୍ତ ସାମଗ୍ରୀର ବିବରଣୀ ଏହି ୱେବସାଇଟରେ ମିଳିପାରିବ । ଯାହା ଦ୍ୱାରା ଲୋକଙ୍କୁ ନିଜର ଉଦ୍ଧାର ଜିନିଷ ସମ୍ପର୍କରେ ଜାଣିବା ପାଇଁ ଥାନାକୁ ବାରାମ୍ବାର ଯିବାକୁ ପଡିବନି । ଏହା ବ୍ୟତିତ ଏହି ୱେବସାଇଟରେ ଅନେକ ସୂଚନା ମଧ୍ୟ ମିଳିପାରିବ । ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: