ଭୁବନେଶ୍ୱର,୬ ।୯ : ରାଜଧାନୀ ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଡିସିପିଙ୍କୁ ରିପୋର୍ଟ ତଲବ । ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା । ଏହି ଘଟଣାରେ ପୋଲିସ କଣ ପଦକ୍ଷେପ ନେଇଛି, ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତରେ ଅବହେଳା ହେଲେ ଡିଜିପିଙ୍କୁ ଅବଗତ କରାଯିବ ବୋଲି ମହିଳା କମିଶନ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ କିଛି ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ରହିଛି । ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ଜଣ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏହାସହ ଗଣଦୁଷ୍କର୍ମ ମାମଲାରେ ୨ଜଣ ସୁରକ୍ଷା କର୍ମଚାରୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଜଣେ ପୋଲିସ ଅଧିକାରୀ ଓ ତାଙ୍କ ୨ ସହଯୋଗୀ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଗଣଦୁଷ୍କର୍ମ ହୋଇଥିବା ବେଳେ ଅଗଷ୍ଟ ୩୦ରେ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |