ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି,ବାରମାଟୀରେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର ୧୨।୦୬ : ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ବରାବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି ମ୍ୟାଚରେ ଆଜିର ମ୍ୟାଚରେ ଉପସ୍ଥିତ ରହିବେ । ତେବେ ବିମାନବନ୍ଦରରେ ପହଞ୍ଚିବା ପରେ ଗାଙ୍ଗୁଲିଙ୍କୁ ସ୍ୱାଗତ କରିଛନ୍ତି ଓସିଏ ସଂପାଦକ  । ଏହା ସହ ସନ୍ଧ୍ୟାରେ ଗାଙ୍ଗୁଲିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି  । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ ।ଖବର ଅନୁଯାୟୀ, ରବିବାର ଦିନ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଉଭୟ ଦଳ ଆଉ କିଛି ସମୟ ମଧ୍ୟରେ ହୋଟେଲ୍‌ ମେ ଫେୟାରରୁ ବାହାରିବେ । ଆଜିର ଏହି ମ୍ୟାଚ୍‌ ଦେଖିବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କିଛି ସମୟ ମାନେ ସଂଧ୍ୟା ୫ଟାରେ ବିସିସିଆଇ ସଭାପତି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ପରେ ସଂଧ୍ୟା ସମୟରେ ବାରବାଟୀ ଷ୍ଟାଡିୟମକୁ ଯାଇ ମ୍ୟାଚ୍‌ ଦେଖିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: