ଭୁବନେଶ୍ୱର,୨୪/୪: ଅସହ୍ୟ ହେଉଛି ଗରମ । ଉପରୁ ଅଗ୍ନି ବର୍ଷୁଛି । ସକାଳ ୧୦ଟା ହେବା ପରେ ବାହାରେ ଖରା ଟାଇଁ ଟାଇଁ ମାରୁଛି । ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନ ଜୀବନ । ରାସ୍ତାଘାଟ ଶୁନଶାନ୍ ହୋଇଯାଉଛି । ରବିବାର ରାଜଧାନୀ ଭୁବନେଶ୍ୱରରେ ୪୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅପରାହ୍ନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାର ତାପମାତ୍ରା ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୦.୮, ଚାନ୍ଦବାଲିରେ ୪୦.୮, ହୀରାକୁଦରରେ ୪୦ , କେନ୍ଦୁଝରରେ ୪୦.୮, ବାଲେଶ୍ୱରରେ ୩୮, ପୁରୀରେ ୩୨.୪, ପାରାଦ୍ୱୀପରେ ୩୧.୮ ଏବଂ ଗୋପାଳପୁରରେ ତାପମାତ୍ରା ୩୧.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |