ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଗୁଳିମାଡ଼

ଭୁବନେଶ୍ୱର ୨୮।୦୩ : ରାଜଧାନୀ  ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଦୁର୍ବୃତ୍ତ ।ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଥିବା ବେଳେ ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତେଲ ପକାଇବା ବେଳେ ଗଣ୍ଡଗୋଳରୁ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ ପରେ ୨ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ।  ଉକ୍ତ ପେଟ୍ରୋଲ ପମ୍ପକୁ ୨ଜଣ ଯୁବକ ବାଇକ୍‌ରେ ପେଟ୍ରୋଲ ପକାଇବାକୁ ଆସିଥିଲେ । ହେଲେ ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀ ଓ ୨ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିର ଉତ୍‌କ୍ଷିପ୍ତ ହୋଇ ବାଇକ୍‌ରେ ଆସିଥିବା ୨ଜଣ ଯୁବକ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଏହି ଗୁଳିମାଡ଼ରେ ପେଟ୍ରୋଲ ପମ୍ପ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଗୁଳିମାଡ଼ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: