ଭୁବନେଶ୍ୱର AIIMSରେ ସିବିଆଇ ରେଡ୍

ଭୁବନେଶ୍ୱର ୩୧ ।୩:ଭୁବନେଶ୍ୱର AIIMSରେ ସିବିଆଇ ରେଡ୍|ରାଜଧାନୀ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ (ଏମ୍ସ)ରେ ଆଜି ଚଢ଼ାଉ କରାଯାଇଛି । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି । ଏମ୍ସରେ ଫାର୍ମାସିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ନେଇ ସିବିଆଇ ରେଡ୍ କରାଯାଇଥିବା ଜଣାପଡ଼ିଛି । ତେବେ ସିବିଆଇ ପକ୍ଷରୁ କରାଯାଇଥିବା ଆଜିର ଏହି ରେଡରେ ୨ଟି ଟିମ ସାମିଲ ହୋଇଥିଲେ । ଏହି ଦୁଇଟି ଟିମରେ ମୋଟ ଆଠ ଜଣ ସଦସ୍ୟ ରହିଥିଲେ । ଏହି ଚଢ଼ାଉ ସମୟରେ ଏମ୍ସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!