ଭୁବନେଶ୍ୱର,୧୬/୪:ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍ ଘଟଣା ସହ ସାମଞ୍ଜସ୍ୟ ଥିବା ସନ୍ଦେହ କରାଯାଉଥିଲା। କାରଣ ରାଜସ୍ଥାନରେ ଲୁଟେରାମାନେ ଯେଉଁ ଷ୍ଟାଇଲରେ ATM ଲୁଟ୍ କରିଥିଲେ ଲିଙ୍ଗିପୁର ଏଟିଏମ୍ ଲୁଟ୍ ସମାନ ଷ୍ଟାଇଲରେ ହୋଇଥିଲା। ହେଲେ ଲିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା ପଛରେ ବାଂଲାଦେଶ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ମାତ୍ର ୨୦ ମିନିଟ୍ରେ ସିସିଟିଭି ସର୍ଭେଲାନ୍ସରେ ଥିବା ଲିଙ୍ଗିପୁର ସ୍ଥିତ ATMକୁ ସମ୍ପୂର୍ଣ୍ଣ ତାଡ଼ି ନେବା ସହ ମେସିନରେ ଥିବା ୨୦ ଲକ୍ଷରୁ ଟଙ୍କା ଲୁଟିିବାରେ ସଫଳ ହୋଇଥିଲେ ଲୁଟେରା। ପ୍ରାୟ ୩ କ୍ୱିଣ୍ଟାଲ ଓଜନର ଏଟିଏମ୍ ମେସିନକୁ ସମ୍ପୂର୍ଣ୍ଣ ଉଠାଇ ଆଣିବା ପରେ ତାକୁ ଭାଙ୍ଗିି ଛିନଛତ୍ର କରି ଫିଙ୍ଗି ଦେଇଥିଲେ ଲୁଟେରା ଦଳ। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ବେଳେ ଏହି ବଡ଼ ଧରଣର ଲୁଟ୍ ହୋଇଥିଲା। ଧଉଳି ଥାନା ଇନ୍ଦିରା କଳୋନୀ ଅଞ୍ଚଳରେ ଥିବା ଏଟିଏମ୍ର ସିସିଟିଭି ସର୍ଭେଲାନ୍ସରେ କଏଦ ହୋଇଥିବା ଲୁଟ୍ ସମୟରେ ଦୃଶ୍ୟରୁ ସ୍ପଷ୍ଟ ଯେ, ଏଟିଏମ୍ ଭିତରେ ପଶିଥିଲେ ୩ ଲୁଟେରା। ଆଉ ଆଖି ପିଛୁଳାକେ ଆରମ୍ଭ କରିଥିଲେ ଅପରେସନ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |