ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ

ଧର୍ମଗଡ଼ ୧୨।୦୬ : ଭାଙ୍ଗିଲା ଧର୍ମଗଡ଼-ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଯାହାଫଳରେ ଶହ ଶହ ଏକର ଚାଷ ଜମି ଏବେ ଜଳ ମଗ୍ନ ହୋଇଛି । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରବତୀ ବାମ ମୁଖ୍ୟ କେନାଲ ସର୍ଗିଗୁଡ଼ା ପଞ୍ଚାୟତ ପ୍ରଜାନାଗଫେଣି ଡଙ୍ଗରିପଡ଼ା ନିକଟରେ ଭୁଶୁଡିଛି । ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଡୁଙ୍ଗୁରିପଡା ନିକଟରେ ଭୁଶୁଡ଼ିଯିବା ଯୋଗୁଁ ଡୁଙ୍ଗୁରିପଡାର ତିନୋଟି ଘରେ ପାଣି ପଶିବା ସହ ଚାଷୀଙ୍କ ଜମି ବାଲିଚର ହୋଇଥିବା ଜଣାପଡ଼ିଛି । ଗତ ରାତି ପ୍ର।ୟ ୧୨ଟା ବେଳେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଜୟପାଟଣା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପଡ଼ା ଆରଡ଼ି ୮୪୩୦ମିଟର ନିକଟରେ ଭୁଶୁଡ଼ି ପଡିବା ଯୋଗୁଁ ପ୍ରାୟ ୧୦ମିଟର ଘାଇ ସୃଷ୍ଟି ହୋଇଛି ।ଗତ କାଲି ମଙ୍ଗଳପୁର ହାତୀ ବ୍ୟାରେଜ ରୁ ଇନ୍ଦ୍ରାବତୀ ବାମ କେନାଲରେ ୫୯କ୍ୟୁସେକ୍ସ ପାଣି ଛଡାଯାଇଥିଲା । ରାତି ପ୍ର।ୟ୧୨ଟା ବେଳେ ଆରଡ଼ି ୮୪୩୦ମିଟରରେ ଭୁଶୁଡ଼ି ୧୦ମିଟର ଘାଇ ସୃଷ୍ଟି ହୋଇ ଥିଲା ।ରାତି ୩ଟା ବେଳେ କେନାଲ କର୍ତ୍ତୃପକ୍ଷ ମଙ୍ଗଳପୁର ହାତୀ ବ୍ୟାରେଜ ଗେଟ ବନ୍ଦ କରି ଦେଇ ଦେଇଥିଲେ । ଡୁଙ୍ଗୁରିପଡାର ମଧୁସୂଦନ ଠାକୁର, ସୋମନାଥ ଠାକୁର ,ସୁଦର୍ଶନ ଠାକୁରଙ୍କ ଘରେ ପାଣି ପଶିଯାଇଥିଲା । ସେହିପରି ୨ଜଣ ଚାଷୀଙ୍କ ୩ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଜମିରେ ପାଣି କମିବା ପରେ ପ୍ରକୃତ କ୍ଷୟକ୍ଷତି ଆକଳନ କରାଯାଇପାରିବ ବୋଲି ବଡକରଲାକୋଟ ଆରଆଇ ପ୍ରକାଶ କରିଛନ୍ତି । କେନାଲ ଭାଙ୍ଗିବା ସ୍ଥାନରେ ଦୀର୍ଘ ଦିନରୁ ପାଣି ଲିକ ହୋଉଥିଲା ହେଲେ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମଙ୍ଗଳପୁର ଏସଡିଓ ରଘୁନାଥ ମୁଣ୍ଡା ଏବଂ ଏସଇ ସ୍ଥିତି ଅନୁଧ୍ୟାନ କରିବା ସହ ଘାଇ ମରାମତି କାର୍ୟ୍ୟ ଆରମ୍ଭ କରାଯାଉଛି । ଗତ ୩ତାରିଖରେ ଇନ୍ଦ୍ରାବତୀ ବାମକେନାଲ ଧର୍ମଗଡ଼ ବଗାଡ଼ ନିକଟରେ ଭୁଶୁଡ଼ିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: