ଚେନ୍ନାଇ ୦୨।୦୨: ଭୁଶୁଡିଲା ନିର୍ମାଣାଧୀନ କୋଠା । ଏହି ଅଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରମିକଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତାମିଲନାଡୁ ମଦୁରାଇର ପଶ୍ଚିମ ବାଦାମପୋକ୍କି ଏକ ୨ ମହଲା କୋଠାରେ ନିର୍ମାଣ କାମ ଜାରି ରହିଥିଲା । ଶ୍ରମିକମାନେ ଛାତ ଉପରେ ଲୁହା ଛଡ଼ରେ ସେଣ୍ଟ୍ରିଂ କାମ କରୁଥିଲେ , ହଠାତ୍ ସେଣ୍ଟ୍ରିଂ ଛାତ ଖସିପଡିଥିଲା । ଯାହାଫଳରେ କି କାମ କରୁଥିବା କିଛି ଶ୍ରମିକ ଚାପି ହୋଇଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏହି ଅଘଟଣରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ୩ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ୨ ମହଲା କୋଠାକୁ ଭାଙ୍ଗି ପୁଣିଥରେ ନିର୍ମାଣ କରାଯାଉଥିବା ବେଳେ କେଉଁ କାରଣରୁ ଭୁଶୁଡିପଡିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |