ଭୁଷୂଡ଼ିଲା ବ୍ରିଜ୍‌:ପୋଲ ଭିତରକୁ ଗଳି ପଡ଼ିଲା ଦୁଇ କାର

ଭବାନିପାଟଣା,୩୦/୧୦: ବ୍ରିଜ୍ ଭୁଷୁଡ଼ି ଚାପି ହୋଇଗଲେ ଦୁଇଟି କାର୍ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଥୁଆମୁଳ ରାମପୁରରେ ।   ଭବାନୀପାଟଣାରୁ ଫୁର୍ଲିଝରଣ ଦର୍ଶନ ପାଇଁ ଯିବା ସମୟରେ ଅଘଟଣ l ପୋଲ ଦବି ଯିବାରୁ ଦୁଇଟି କାର ପୋଲ ଭିତରେ ପଡି ଯାଇଥିବା ସୂଚନା ମିଳିଛି । ରାସ୍ତାରେ ହଟାତ କିଣା ବ୍ରିଜ୍ ଭୁଷୁଡ଼ି ପଡ଼ିବାରୁ ଏତେବଡ଼ ଦୁର୍ଘଟଣା ଘଟିଛି । ଏଥିରେ ଦୁଇଟି କାର୍ ଫସିଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ତେବେ ବର୍ତ୍ତମାନ ମଧ୍ୟ ବ୍ରିଜ୍ ଉପରେ ଯାଉଥିବା। ଦୁଇଟି କାର୍ ଚାପି ହୋଇ ରହିଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: