ନୂଆଦିଲ୍ଲୀ,୧୩/୧୧: ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ହୋଇଥିବା ଭୂମିକମ୍ପରେ ସାଂଘାତିକ ଭାବରେ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଲୋକେ । ଶନିବାର ରାତି ୮ଟାରେ ଦିଲ୍ଲୀରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି କହିବା ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ୫.୪ ରିକ୍ଟର୍ ସ୍କେଲ୍ରୁ ଜଣାପଡ଼ିଛି । ଦିଲ୍ଲୀ ସମେତ ଅନେକ ଅଞ୍ଚଳ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି । ସମୟ ସନ୍ଧ୍ୟା ୭ଟା ବାଜି ୫୭ ମିନିଟ୍ରେ ଭୂମିକମ୍ପ ପ୍ରାୟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ରହିଥିଲା । ଏହି ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳର ସିଲଙ୍ଗାରେ ଥିବା କୁହାଯାଇଛି। ଚଳିତ ସପ୍ତାହରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଏହା ଦ୍ୱିତୀୟ ଭୂମିକମ୍ପ । ଭୂମିକମ୍ପର ଝଟକା ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ଓ ବିଜନୋରରେ ମଧ୍ୟ ଅନୁଭୂତ ହୋଇଛି। ଘରଦ୍ୱାର ଥରି ଉଠିବା ଯୋଗୁ ଲୋକେ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡି ପଳାଇଆସିଥିଲେ । ତେବେ ଭୂମିକମ୍ପଯୋଗୁ ଅଚାନକ କ୍ଷୟକ୍ଷତିର ସୂଚନା ମିଳି ନାହିଁ। ଶନିବାର ଅପରାହ୍ନରେ ପ୍ରଥମେ ଉତ୍ତରାଖଣ୍ଡରେ ମୃଦୁ ଭୂମିକମ୍ପ ହୋଇଥିଲା। ତେବେ ସନ୍ଧ୍ୟାରେ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡରେ ସନ୍ଧ୍ୟାରେ ଦ୍ୱିତୀୟବାର କମ୍ପନ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୫.୪ ମପା ଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |