ଭେଣ୍ଡିଂ ଜୋନରେ ନିଆଁ : ଜଳିଲା ୫ ଦୋକାନ

ଭୁବନେଶ୍ୱର,୮।୩ :ରଙ୍ଗର ପର୍ବ ହୋଲିରେ  ରାଜଧାନୀରେ ବଡ଼ ଅଘଟଣ ଘଟିଛି । ଭୁବନେଶ୍ୱର ଭେଣ୍ଡିଂ ଜୋନରେ ନିଆଁ ଲାଗିଯାଇଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟ ଥିବା ୫ଟି ଦୋକାନରେ ଏହି ନିଆଁ ଲାଗିଛି । ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଛି ସ୍ପଷ୍ଟ ହୋଇପାରି ନାହିଁ । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି । ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଚନ୍ଦ୍ରଶେଖରପୁର ସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପ ଦୂରରେ ଥିବା ଏକ ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗିଯାଇଥିଲା । ଅଳିଆ ଗଦାରୁ ନିଆଁ ଲାଗିବା ପରେ ଦୋକାନକୁ ନଆଁ ଲାଗି ଯାଇଥିବା କୁହାଯାଉଛି । ନିଆଁ ଲାଗିବା ଫଳରେ ୫ଟି ଦୋକାନ ସଂପୂର୍ଣ୍ଣ ଭାବେ ଭସ୍ମ ହୋଇଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!