ପଦ୍ମପୁର, ୦୫/୧୨ : ଭୋଟ୍ ଦେଉଛନ୍ତି ପଦ୍ମପୁରବାସୀ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ୮.୫ % ମତଦାନ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତ ଦେବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ ୩୩୯ଟି ବୁଥ ଏବଂ ୭୯ଟି ସମ୍ବେଦନଶୀଳ ବୁଥ୍ ରହିଛି। ୧୨୦ଟି ବୁଥ୍ ରେ ୱେବକାଷ୍ଟିଂ, ୬୬ ବୁଥ୍ ରେ CCTV, ୧୫ଟି ମଡେଲ ବୁଥ୍ , ୬ଟି ପିଙ୍କ୍ ବୁଥ୍ ବ୍ୟବସ୍ଥା କରାଯାଇଛି। ସେହିପରି ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।ଅପର ପକ୍ଷରେ ୪ଟି ବୁଥ୍ରେ ଇଭିଏମ୍ ଅଚଳ ହୋଇଥିବା ଖବର ଆସୁଛି। ପଦ୍ମପୁର ରାଜବୋଡା ସମ୍ବର ୨୦୯ ନମ୍ବର ବୁଥରେ EVM ଅଚଳ ହେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି। ତହସିଲଦାରଙ୍କ ଉପସ୍ଥିତିରେ EVM ଯାଞ୍ଚ୍ କରାଯାଇଛି। କିଛି ଭୋଟ୍ ପଡିବା ପରେ EVMରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପ୍ରାୟ ୩୦ ମିନିଟ୍ ପରେ ମତଦାନ ସ୍ଵାଭାବିକ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |