ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ,୬ ବୁଥରେ ଭୋଟିଂ ବନ୍ଦ

ଯାଜପୁର , ୨୦/୦୨ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ  ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା।ଯାଜପୁରରେ ଭୋଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଫଳରେ ମତଦାନ ବନ୍ଦ ରହିଛି । ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥର ଭୋଟ୍ ବାକ୍ସ ଉଠାଇନେଇଥିବା ଜଣାପଡିଛି । ୪ ଜଣ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଉତ୍ତେଜନା ଯୋଗୁଁ ବୁଥରେ ମତଦାନ ବନ୍ଦ ରହିଛି । ଏହା ସହ ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତର ୬ ନମ୍ବର ବୁଥରୁ ବି ଭୋଟ ବାକ୍ସ ଉଠାଇନେଇଛନ୍ତି ଦୁର୍ବୃତ୍ତ । କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮,୯,୧୦ ଓ ୧୧ ନଂ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଥ୍ ରିଗିଂ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା କୋରାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।୬ ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ପୋଖରୀରେ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ଯୋଗୁଁ ଉଭୟ ବୁଥରେ ମତଦାନ ବନ୍ଦ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!