ଭୌରବୀ ମନ୍ଦିର ନିକଟରେ ୨୨ କେଜି ଗଞ୍ଜେଇ ଆଉ ବାଇକ ସହିତ ଜଣକୁ ଗିରଫ କଲା ପୋଲିସ

 ମୁନିଗୁଡା,୧୫/୬ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା 22 କେଜି ଗଞ୍ଜେଇ ଓ ବାଇକ ଯବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି l ଏକ ଫେସନ ପ୍ରୋ ବାଇକରେ ଗଞ୍ଜେଇ ଚାଲାଣ ହୋଇ ମୁନିଗୁଡା ପଟେ ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇ ଆଜି ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ପୋଲିସ ଏକ ଟିମ ଗଠନ କରି ମୁନିଗୁଡା ଓ ହୁକୁମତୋଳା ମଧ୍ୟବର୍ତ୍ତିରେ ଥିବା ଭୌରବୀ ମନ୍ଦିର ନିକଟରେ ଜଗି ରହିଥିଲେ l ଖବର ଅନୁସାରେ ଉକ୍ତ ବାଇକ(OR 05 AU 4590) କୁ ଅଟକାଇ ଥିଲେ l ଗଞ୍ଜେଇ ଓ ବାଇକକୁ ଯବତ କରିବା ସହ ଜଣକୁ ଗିରଫ କରି ଥାନାକୁ ଆଣିଥିଲେ ଥାନାରେ ଗଞ୍ଜେଇ ଓଜନ କରିବା ପରେ ତାହା 22 କେଜି ଥିବା ଜଣାପଡିଲା l ଗିରଫ ବ୍ୟକ୍ତି ଜଣକ ମୁନିଗୁଡା ଥାନା ଅନ୍ତର୍ଗତ ଗଜାକୁପୁଲି ଗ୍ରାମର ଧନେଶ୍ୱର ସାରକା ବୋଲି ଜଣାପଡିଛି l ତେବେ ଏହି ଗଞ୍ଜେଇ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଅଞ୍ଚଳରୁ ମୁନିଗୁଡାକୁ ଆଣୁଥିବା ବେଳେ ମୁନିଗୁଡା ଥାନା କେଶ ନମ୍ବର 75/2021 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯିବ l ଏଥିସହ ଏଥିରେ ସଂପୃକ୍ତ ଥିବା ଅନ୍ୟ ଗଞ୍ଜେଇ ମାଫିଆ ମାନଙ୍କୁ ମଧ୍ୟ ବହୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି I

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!