ଭ୍ରାମ୍ୟମାଣ ମେଡ଼ିକାଲ ଟିମ ତରଫରୁ ସଂଗରୋଧ କରୋନା ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ

ମୁନିଗୁଡା, ୩୧/୫ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଭିନ୍ନ ଅଂଚଳରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି।ଅନେକ ପଜେଟିବ ବ୍ୟକ୍ତି ବିଷମକଟକ,ଜେକେପୁରର କୋବିଡ଼ ସେଣ୍ଟରରେ ସରକାରୀ ଚିକିତ୍ସାରେ ଚିକିତ୍ସିତ ହେଉଥିବା ବେଳେ କିଛି ଜୀବନ ଭୟରେ ହାଇଦ୍ରାବାଦ, ବିଶାଖାପାଟଣା ଓ ଭୁବନେଶ୍ବରର ବେସରକାରୀ ହସ୍ପିଟାଲରେ ବ୍ୟୟବହୁଳ ଚିକିତ୍ସା ନେଉଛନ୍ତି।ଏମାନଙ୍କୁ ଛାଡି ଅନେକ ରୋଗୀ ନିଜ ଘରେ ସଂଗରୋଧ ରହି ସରକାରୀ ଔଷଧ ସହିତ ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନଙ୍କ ପରାମର୍ଶକ୍ରମେ ଚିକିତ୍ସା ସେବା ଉପଲବ୍ଧ କରୁଛନ୍ତି।ସଂଗରୋଧ ଥିବା ସମୟରେ ଯଦି ରୋଗୀର ଶ୍ବାସକ୍ରିୟା ନେଇ ଅବା ଅନ୍ୟ କିଛି କାରଣରୁ ଦେହ ଅସୁସ୍ଥ ଦେଖାଯାଏ ତେବେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ନିକଟସ୍ଥ ବିଷମକଟକ ଅବା ଜେକେପୁର ହସ୍ପିଟାଲକୁ ପଠାଇ ଦିଆଯାଉଛି।ସଂଗରୋଧ ରୋଗୀ ମାନଙ୍କ ଚିକିତ୍ସା ଓ ସେମାନଙ୍କ ତଦାରଖ ପାଇଁ ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡ଼.ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଏକ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ସୁରକ୍ଷା ଟିମ ମୁନିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି କରୋନା ରୋଗୀମାନଙ୍କ ଦେଖାଶୁଣା ସହ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳୁଛି।ଆଜି ମୁନିଗୁଡାର ଗଣେଶନଗର,ଗୌଡ଼ସାହି,ଗୁପ୍ତାକଲୋନୀ,ମୁନିଗୁଡା ମୁଖ୍ୟ ବଜାର ନିକଟ ସାହିବସ୍ତି,ମୁନିଖୋଲ ପଂଚାୟତର ବିଭିନ୍ନ ଅଂଚଳରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ ଟିକିନିଖି ପଚାରି ବୁଝିବା ସହ ସେମାନଙ୍କୁ ଆବଶ୍ୟକ ମେଡ଼ିସିନ ଯୋଗାଇ ଦେଇଥିଲେ।ରୋଗୀମାନଙ୍କ ଅକ୍ସିଜେନ ଲେବୁଲ ଓ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କାରାଯାଇ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଏହି ଭ୍ରାମ୍ୟମାନ ମେଡ଼ିକାଲ ଟିମରେ ଡ଼.ସନ୍ତୋଷ ସାହୁଙ୍କ ସହିତ ଡ଼.ୟାନିନୀ ସାହୁ,ସହକାରୀ ସ୍ୱାସ୍ଥ୍ୟ ସେବାୟତ ପଦ୍ମଲୋଚନ ସିଂ ପ୍ରମୁଖ ଉପସ୍ଥିତ ରହି ସେବା ଯୋଗାଉଥିବା ଦେଖିବାକୁ ମିଳିଥିଲା।ପ୍ରକାଶ ଥାଉକି ଗତବର୍ଷ ମହାମାରୀ କରୋନା କାଳରେ ଡ଼.ସନ୍ତୋଷ ସାହୁଙ୍କ ଉତ୍ସର୍ଗୀକୃତ ସେବା,ଦାୟିତ୍ୱବୋଧତା ପାଇଁ ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: