ଭୟଙ୍କର ସାମୁଦ୍ରିକ ଝଡ ୟାସ୍ ,ପାରଦୀପରୁ ଧାମରା ୨ ରୁ ୩ ମିଟର ଜୁଆର ଉଠିବ

ଭୁବନେଶ୍ଵର ୨୪।୦୫:ଭୟଙ୍କର କରି ଆସୁଛି ସାମୁଦ୍ରିକ ଝଡ ୟାସ୍ । ଏହା ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ଵର ପାଖାପାଖି ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିମି ବେଗରେ ବହିବ। ଆଜି ବାତ୍ୟା ରୂପ ଧାରଣ କରିଥିବା ୟାସ୍ ଆସନ୍ତା ୧୨ ଘଣ୍ଟାରେ ଅତି ଭୀଷଣ ରୂପ ଧାରଣ କରିବ। ଏହାରି ପ୍ରଭାବରେ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ବାତ୍ୟା ପ୍ରସ୍ତୁତି ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ସୂଚନା ଦେଇଛନ୍ତି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ବେଗରେ ବହିପାରେ। ବେଳେ ବେଳେ ଝଟକା ଲାଗି ୧୮୫ କିମି ବେଗରେ ପବନ ବହିବ। ଏହି ସମୟରେ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହ ଜିଲ୍ଲାରେ ବ୍ୟାତାର ପ୍ରଭାବ ଅଧିକ ପଡିପାରେ। ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ବାତ୍ୟା ପ୍ରଭାବରେ ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବିଶେଷ କରି ଉତ୍ତର ଓଡିଶାର ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବେ। ବାଲେଶ୍ଵର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ। ପାରଦୀପରୁ ଧାମରା ପର୍ଯ୍ୟନ୍ତ ୨ ରୁ ୩ ମିଟର ଉଚ୍ଚରେ ଜୁଆର ଉଠିବ। ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା  ବଢିବା ସହ ସନ୍ଧ୍ୟାରୁ ପବନର ବେଗ  ବଢିବ ବୋଲି ଏସଆରଏସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭଦ୍ରକ-ବାଲେଶ୍ୱର ଲ୍ୟାଣ୍ଡଫଲକୁ ନେଇ ଆମେ ସତର୍କତା ଅବଲମ୍ବନ କରିଛୁ। ଆସନ୍ତାକାଲି ଠାରୁ ବର୍ଷା ସନ୍ଧ୍ୟାରେ ପବନ ବେଗ ବଢ଼ିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି। କାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଆଜିଠାରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ମାସ୍କ ଦିଆଯିବାର ବ୍ୟବସ୍ଥା କରାଯାଇଛି। ରନ୍ଧା ଖାଦ୍ୟ ସହ ଛତୁଆ ଓ ବିସ୍କୁଟ ଖାଇବାକୁ ଦିଆଯିବ। ବାତ୍ୟା ବେଳେ ବାହାରକୁ ନବାହାରିବାକୁ ଏସଆରସି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛନ୍ତି।

ବାତ୍ୟାରେ ସତର୍କ ରହିବାକୁ ଏସଆରସି  ଲୋକଙ୍କୁ ଅପିଲ୍ କରିଛନ୍ତି। ବାତ୍ୟା ପବନ କମିବା ମାତ୍ରେ କିଛି ଲୋକ ଜେନେରେଟ ଲଗାଇଥାନ୍ତି। ଏହା ଦ୍ଵାରା ବ୍ୟାକ କରେଣ୍ଟ ଯାଏ ଏବଂ ଏଥିରେ ବିଦ୍ୟୁତ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ କୌଣସି ଲୋକ ଜେନେରେଟର ନଲଗାନ୍ତୁ ନାହିଁ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜେନେରେଟର ଲଗାନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି।

ଜିଲ୍ଲାମାନଙ୍କରେ ପ୍ରସ୍ତୁତି ଠିକ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା  ୨୨ଟି ଏନଡିଆରଏଫ, ୫୨ଟି ଓଡ୍ରାଫ୍ ଓ ୧୨୫ ଫାୟାର ଟିମ୍ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ବାଦ୍ ରାଜ୍ୟରେ ଆଉ ୩୦ଟି ଏନଡିଆରଏଫ ଟିମ ମୁତୟନ କରାଯିବ।  ପାଟନାରୁ ଦୁଇଟି ଓ ବିଜୟୱାଡ଼ାରୁ ୬ଟି ଦଳ ଏବଂ ଆଉ ୨୨ଟି ବିମାନ ଯୋଗେ ଉଦ୍ଧାରକାରୀ ଟିମ ବିଭିନ୍ନ ସ୍ଥାନରୁ ଆସୁଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ସେମାନଙ୍କୁ ସବୁ ଜିଲ୍ଲାରେ ମୁତୟନ କରାଯିବ ବୋଲି ଏସଆରସି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: